ମୃତ୍ୟ ପରେ ସର୍ବାଙ୍ଗ ଦାନ କରିବେ ଅବସରପ୍ରାପ୍ତ ଶିକ୍ଷକ ଘାସିରାମ ଦାସ ଓ ନିଷ୍ଠା ପରିବାର ସକ୍ରିୟ ସଦସ୍ୟା ରୀନ ମହାରଣା।
09-May-2025, Friday
ବରଗଡ ବ୍ଲକ ଅନ୍ତର୍ଗତ ଶାସ୍ତ୍ରୀ ବିହାର ନିବାସୀ ଘାସୀରାମ ଦାସ ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ। ମୃତ୍ତ୍ୟୁ ହିଁ ଚିରନ୍ତନ ସତ୍ୟ କିନ୍ତୁ ମୃତ୍ୟୁ ପରେ ମଧ୍ୟ ନିଜ ମୃତ ଶରୀର
ସମାଜ ର କାମ ରେ ଆସିବ ଏହାକୁ ଠିକ ଭାବରେ ବୁଝିଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଘାସିରାମ ଦାସ ଓ ନିଷ୍ଠା ମହିଳା ଶାଖା ର ସକ୍ରୀୟ ସଦସ୍ୟା ରିନା ମହାରଣା।ଗବେଷଣା ପାଇଁ ଡାକ୍ତରୀ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ମୃତ୍ୟୁ ପରେ ନିଜ ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ଚୁକ୍ତି କରିଛନ୍ତି ଉଭୟେ।ଏହି ସତକାର୍ଯ୍ୟ ପାଇଁ ନିଷ୍ଠା ପରିବାର ମତେ ଉତ୍ସାହ ଓ ପ୍ରେରଣା ଯୋଗଇଥିଲା ସମାଜରେ ଏହି ଭଳି ଯଦି ଏହି କାର୍ଯକୁ ଗ୍ରହଣ କରନ୍ତି ଏବଂ ସର୍ବାଙ୍ଗ ଦାନ ପାଇଁ ଉସୀର୍ଗକୃତ ହୁଅନ୍ତି ତେବେ ସେ ନିଜକୁ ଧନ୍ୟ ମନେ କରିବେ ବୋଲି ଘାସିରାମ ଦାସ କହିଛନ୍ତି । ଠିକ ସେହିପରି ନିଜ ଜନ୍ମ ଦିନ ରେ ତାଙ୍କ ର ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ଚୁକ୍ତି କରିଛନ୍ତି ନିଷ୍ଠା ପରିବାର ମହିଳା ଶାଖା ର ସକ୍ରୀୟ ସଦସ୍ୟା ରୀନା ମହାରଣା।ଏଭଳି ମହତ୍ ଚିନ୍ତା ଧାରା ପାଇଁ ନିଷ୍ଠା ପରିବାର ତରଫ ରୁ ଉଭୟ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ। ଉଭୟେ ଭୀମସାର ବୁର୍ଲା ANATOMY ବିଭାଗ କୁ ଯାଇ ଆମ ନିଷ୍ଠା ପରିବାର ର ମହିଳା ଶାଖା ସଂଜୋଯିକା ତ୍ରିପୁରା ସୂହୁଳା ଓ ସକ୍ରୀୟ ସଦସ୍ୟ ସୂତପା ଗଡତିଆ ଙ୍କ ଉପସ୍ଥିତି ରେ ଚୁକ୍ତି ପତ୍ର ପ୍ରଦାନ କରିଥିଲେ।