Loading...

ଗୋଟିଏ ଦିନରେ ଦୁଇଟି ସ୍ଥାନ ରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର

12-May-2025, Monday
ସମାଜସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋଟିଏ ଦିନରେ ଦୁଇଟି ସ୍ଥାନ ରେ ସମ୍ବର୍ଦ୍ଧିତ ହେଲା ନିଷ୍ଠା ପରିବାର। ବରଗଡ଼ ର ରାଜ ପୋଲି କ୍ଲିନିକ ର ଶୁଭ ଉଦ୍ଘାଟନ ଅବସର ରେ ନିଷ୍ଠା ପରିବାର କୁ ଏକ ସ୍ମୃତି ଫଳକ ଉପଢ଼ୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଠିକ ସେହିପରି ବିଜୁ ପଟ୍ଟନାୟକ ଟାଉନ ହଲ ବରଗଡ଼ ଠାରେ ବଳରାମ ଡାନ୍ସ ଏକାଡେମି ର ବାର୍ଷିକ ଉତ୍ସବ ଓ ମାତୃଦିବସ ପାଳନ ଅବସର ରେ ନିଷ୍ଠା ପରିବାର କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ମାନ ଆମକୁ ସମାଜ ସେବା କ୍ଷେତ୍ରରେ ଆହୁରି ପ୍ରେରଣା ଦେବ ନିଶ୍ଚୟ। ଆମକୁ ସମ୍ବର୍ଦ୍ଧିତ କରିଥିବାରୁ ରାଜ ପୋଲି କ୍ଲିନିକ ର ପୁରା ଟିମ ଓ ବଳରାମ ଡାନ୍ସ ଏକାଡେମି କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।