Loading...

ଜନ୍ମ_ଦିନରେ_ରକ୍ତ_ଦାନ_ଶିବିର_୪୧ୟୁନିଟ_ରକ୍ତ_ସଂଗୃହୀତ

17-May-2025, Saturday
ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରଫୁଲ୍ଲ ନାଏକ ଙ୍କ ଜନ୍ମ ଦିନ ଅବସର ରେ ଗୋବିନ୍ଦ ପୁର ର ପୁରୁଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗୋବିନ୍ଦ ପୁର ଯୁବକ ସଂଘ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ରେଢ଼ାଖୋଲ ବିଧାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବରେ କଳ୍ପନା ମାଝୀ, ପୌର ପରିଷଦ ଅଧ୍ୟକ୍ଷ ବରଗଡ଼, ଜିଲ୍ଲା ବିଜେଡ଼ି ସଭାପତି ଜାପାନ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପା ଭୋଇ ,ପ୍ରଭାସିନୀ ପଧାନ, ନରେନ୍ଦ୍ର ପ୍ରଧାନ କୋପରେଟିଭ ସଭାପତି ,ଗୌରହରି ମିଶ୍ର ,ପ୍ରଦ୍ୟୁମ୍ନ ତ୍ରୀପାଠୀ, ଅବସରପ୍ରାପ୍ତ ଶିକ୍ଷକ କପିଲ ବାଗ,ଗୋବିନ୍ଦ ପୁର ଯୁବକ ସଂଘ ର ସଭାପତି ଉତ୍ତର ସାହୁ, ସଂପାଦକ ପିଣ୍ଟୁ ଦାଶ ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବରଗଡ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ନିଜ ଜନ୍ମ ଦିନରେ ରକ୍ତ ଦାନ ଶିବିର କରି ଏକ ନିଆରା ଢଙ୍ଗରେ ପାଳନ କରିଥିବାରୁ ଶ୍ରୀ ପ୍ରଫୁଲ୍ଲ ନାଏକ ଙ୍କୁ ଏକ ସ୍ମୃତି ଫଳକ ଓ ପୁଷ୍ପ ଗୁଚ୍ଛ ଦେଇ ନିଷ୍ଠା ପରିବାର ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ଓ ଗୋବିନ୍ଦ ପୁର ଗ୍ରାମବାସୀ ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ ପ୍ରଫୁଲ୍ଲ ନାଏକ ଙ୍କୁ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।