Loading...

ଡାକଘର ସମ୍ବଲପୁର ମଣ୍ଡଳ ଓ ବରଗଡ଼ ପୁର୍ବ ଉପଖଣ୍ଡ ର ସଚେତନତା କାର୍ଯକ୍ରମ

17-May-2025, Saturday
ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ର ଆନ୍ଧ୍ର କେମ୍ଫ ଠାରେ ଥିବା ନିଷ୍ଠା ପରିବାର ର ନିଷ୍ଠା ଭବନ ଠାରେ ଡାକଘର ସମ୍ବଲପୁର ମଣ୍ଡଳ ଓ ବରଗଡ଼ ପୁର୍ବ ଉପଖଣ୍ଡ ର ଡାକଘର ସମ୍ବନ୍ଧୀୟ ଜମା, ବିମା ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସମ୍ୱଲପୁର ଡାକ ମଣ୍ଡଳ ଅଧୀକ୍ଷକ ବସନ୍ତ କୁମାର ଶିଂଘା ଯୋଗ ଦେଇ ଥିବା ବେଳେ ସମ୍ବାନିତ ଅତିଥି ଭାବରେ ବରଗଡ଼ ପୂର୍ବ ଉପଖଣ୍ଡ ର ସତ୍ୟବ୍ରତ ଗହନ,ଡି.ଓ.ପି.ଏଲ.ଆଇ ଆଶିଷ କୁମ୍ଭାର, ଆଇ ପି ବି ପି ମ୍ୟାନେଜର ଧିରେନ ପଟେଲ, ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଖଣ୍ଡହଥା ର ପ୍ରଧାନ ଶିକ୍ଷକ ମୋହନ ସାହୁ, ସରପଂଚ ଚିତ୍ର ସେନ ସାହୁ, ନିଷ୍ଠା ପରିବାର ଉପଦେଷ୍ଟା ବିଦ୍ୟାଧର ଭୋଇ ପ୍ରମୁଖ ଯୋଗ ଦେଇ ଡାକ ଘର ସମ୍ବନ୍ଧୀୟ ଅନେକ ବିଷୟ ରେ ନିଜର ମତ ରଖିବା ସହ ବିଭିନ୍ନ ଯୋଜନା ବିଷୟ ରେ ଆଲୋଚନା କରିଥିଲେ।