Loading...

ପି.ଏନ.ବି ତରଫ ରୁ ନିଷ୍ଠା ପରିବାର କୁ ଆମ୍ବୁଲାନ୍ସ ପ୍ରଦାନ ସହ ରକ୍ତ ଦାନ ଶିବିର ରୁ ୩୦ୟୁନିଟ ରକ୍ତ ସଂଗୃହୀତ

07-June-2025, Saturday
ବରଗଡ଼ ସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କ ଭଟଲି ଛକ ଶାଖା ରେ ସି ଏସ ଆର କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ର ଆୟୋଜନ ହୋଇଥିଲା। ଉଭୟ କୁ ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି,ବିଶିଷ୍ଟ ଶିକ୍ଷବିତ ଶ୍ରୀଯୁକ୍ତ ଡି ମୁରଲୀ କ୍ରିଷ୍ଣା, ପି ଏନ ବି ର ଭୁବନେଶ୍ୱର ଜୋନାଲ ମୁଖ୍ୟ ଶ୍ରୀଯୁକ୍ତ କ୍ଷେତ୍ରବାସୀ ମିଶ୍ର, ସମ୍ବଲପୁର ସର୍କଲ ମୁଖ୍ୟ ଶ୍ରୀଯୁକ୍ତ ଅଜିତ ମେହେର, ବରଗଡ଼ ଶାଖା ମୁଖ୍ୟ ଶ୍ରୀଯୁକ୍ତ ଆର୍ଯ୍ୟଚାରଣ ଦାଶ, ବରଗଡ଼ ବଜାର ଶାଖା ମୁଖ୍ୟ କ୍ଷୀରେଶ୍ୱର ସୁଇ, ଭଟଲି ଛକ ଶାଖା ମୁଖ୍ୟ ଶ୍ରୀଯୁକ୍ତ ସୁଶୀଲ କୁମାର ବାରିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଆମ୍ବୁଲାନ୍ସ ଓ ରକ୍ତ ଦାନ ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରେ ପଞ୍ଜାବ ନେସନାଲ ବ୍ୟାଙ୍କ ର ଅଧିକାରୀ ମାନେ ରକ୍ତ ଦାନ କରିଥିଲେ ।ସର୍କିଲ ମୁଖ୍ୟ ଅଜିତ ମେହେର,ଚିଫ ମ୍ୟାନେଜର ରୁପେଶ ସାହୁ, ମ୍ୟାନେଜର ରବି ନାରାୟଣ ଦାଶ ଙ୍କ ପ୍ରଚେଷ୍ଟା ରେ ନିଷ୍ଠା ପରିବାର କୁ ଏହି ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା।ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଗ୍ରୀଷ୍ମ ପ୍ରବାହ ଯୋଗୁଁ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଅଭାବ ଥିବା ବେଳେ ଏଭଳି ଏକ ନିଆରା ପ୍ରୟାସ ପାଇଁ ବୁଦ୍ଧଜୀବୀ ମାନେ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ବେଶ ପ୍ରଶଂସା କରିଥଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ମଧ୍ୟ ବ୍ୟାଙ୍କ କର୍ତୃପକ୍ଷ ଙ୍କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନିଷ୍ଠା ପରିବାର କୁ ପ୍ରଦାନ କରାଯାଇଥିବା ଆମ୍ବୁଲାନ୍ସ ବିନା ଲାଭ କ୍ଷତି ରେ ଚଳାଇବା ପାଇଁ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀଯୁକ୍ତ ଅଶ୍ୱିନୀ ତ୍ରିପାଠୀ ଘୋଷଣା କରିବା ସହିତ ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଛୁ ଏବଂ ବ୍ୟାଙ୍କ ର କର୍ମଚାରୀ ମାନଙ୍କୁ ସମସ୍ତ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।