Loading...

ମହୁଲ ପାଲି ଗ୍ରାମ ପଞ୍ଚାୟତ ଓ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ

09-June-2025, Monday
ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମହୁଲ ପାଲି ଗ୍ରାମ ପଞ୍ଚାୟତ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଗ୍ରୀଷ୍ମ ମାସ ରେ ରକ୍ତ ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ମହୁଲ ପାଲି ସରପଞ୍ଚ ବିଜୟ କର୍ମୀ ,ସମାଜ ସେବୀ ଉମେଶ୍ୱର ପ୍ରଧାନ ଓ କୋଶଲ ନେତା ରମଣୀ ଦନ୍ତା ଯୋଗ ଦେଇ ମାଁ ସମଲେଶ୍ୱରୀ ଙ୍କ ପୂଜାର୍ଚ୍ଚନା କରିବା ପରେ ଫିତା କାଟି ଆନୁଷ୍ଠାନିକ ଭାବରେ ରକ୍ତ ଦାନ ଶିବିର ର ଶୁଭାରମ୍ଭ କରିଥିଲେ। ମହୁଲ ପାଲି ସରପଞ୍ଚ ବିଜୟ କର୍ମୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିର ଆୟୋଜନ ହୋଇଥିବା ବେଳେ ନିଜେ ସରପଞ୍ଚ ରକ୍ତ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିର କୁ ନିଷ୍ଠା ପରିବାର ର ଉପଦେଷ୍ଟା ସଚି ପଣ୍ଡା, ସଭାପତି ରକ୍ଷ ପାଲ ସାହୁ , ସଂକେତ ଆଠଘରା ଓ ମହୁଲ ପାଲି ଗ୍ରାମ ପଞ୍ଚାୟତ ର କର୍ମକର୍ତ୍ତା ମାନେ ସୁପରିଚାଳନା କରିଥିଲେ। ପରିସେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ମହୁଲ ପାଲି ଗ୍ରାମ ପଞ୍ଚାୟତ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା, ସହଯୋଗୀ,ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।