Loading...

ଜିଲ୍ଳା ସମାଜ ସେବୀ ସଂଗଠନ ତରଫରୁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

25-May-2025, Sunday
ବରଗଡ଼ ପୁରୁଣା ଡାକ୍ତରଖାନା ରେ ଦୀର୍ଘ ଏକ ବର୍ଷ ଧରି ପ୍ରତ୍ୟେକ ରବିବାର ରୋଗୀ ମାନଙ୍କ ର ସମ୍ପର୍କୀୟ ଙ୍କ ପାଇଁ ରନ୍ଧା ଖାଦ୍ୟ ବଣ୍ଟନ ର ଏକ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ର ଜିଲ୍ଳା ସମାଜ ସେବୀ ସଂଗଠନ ତରଫରୁ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଯୋଗ ଦେଇ ଥିଲେ। ଅନ୍ୟତମ ଅତିଥି ଭାବରେ ସମାଜସେବୀ ଜସବିର ସିଂ ସାଇନି, ଅକୃର ମଲ୍ଲିକ, ମିନାକ୍ଷୀ ମିଶ୍ର, ପ୍ରିତମ ସିଂ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ଅବସର ରେ ଆମ ନିଷ୍ଠା ପରିବାର କୁ ଏକ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଆମ ନିଷ୍ଠା ପରିବାର ର ଉପଦେଷ୍ଟା ସଚି ପଣ୍ଡା ଓ ସଂକେତ ଆଠଘରା ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିଥିଲେ। ଆମକୁ ସମ୍ବର୍ଦ୍ଧିତ କରିଥିବାରୁ ଜିଲ୍ଳା ସମାଜ ସେବୀ ସଂଗଠନ କୁ ବହୁତ ବହୁତ ଧନ୍ୟବାଦ।