ନିଷ୍ଠା ପରିବାର ତରଫ ରୁ ଜାତୀୟ କେନସର ସର୍ଭାଇଭର ଡେ ପାଳିତ
01-June-2025, Sunday
ବରଗଡ଼ ର ଅଗ୍ରଣୀ ଅନୁଷ୍ଠାନ କେନସର ଫାଇଟର ଗ୍ରୁପ ର ତତ୍ତ୍ଵାବଧାନ ରେ ଆରମ୍ଭ ହୋଇଥିବା "ଭିନ୍ନ ଏକ ଜୀବନ " ୦୧ଜୁନ ଜାତୀୟ କେନସର ସର୍ଭାଇଭର ଡେ କୁ ବରଗଡ଼ ର ଅଗ୍ରଣୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫ ରୁ ଖଣ୍ଡହଥା ସ୍ଥିତ ନିଷ୍ଠା ଭବନ ଠାରେ କେନସର ସର୍ଭାଇଭର ଙ୍କ ଗହଣ ରେ ପାଳନ କରାଯାଇଥିଲା।କେନସର ସହ ଲଢେ଼ଇ କରୁଥିବା ତଥା କେନସର କୁ ହରାଇଥିବା ସୁନ୍ଦର ସାହୁ, କୁଶ ସାହୁ ,ପୀତବାସ ପଧାନ, ତପସ୍ୱିନୀ ସାହୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ। ନିଷ୍ଠା ପରିବାର ତରଫ ରୁ ସମସ୍ତ ଙ୍କ ମନୋବଳ ବଢ଼ାଇବା ସହ ସମସ୍ତ ଙ୍କ ସହ କେକ କଟା ଯାଇଥିଲା ଓ ସମସ୍ତ ଙ୍କୁ ପୁଷ୍ପ ମାଲ୍ୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତେ ନିଜ ନିଜ ଅନୁଭୂତି ବର୍ଣନା କରିବା ସହିତ ତାଙ୍କ ଚିକିତ୍ସା ସମୟରେ ନିଷ୍ଠା ପରିବାର ର ସହଯୋଗ କୁ ନେଇ ପ୍ରଶଂସା କରିଥିଲେ |କେନସର ଫାଇଟର ଗ୍ରୁପ ର ପ୍ରତିଷ୍ଠାତା ଶ୍ରୀ ଅଶ୍ୱିନୀ ଦର୍ଜୀ ଙ୍କ ଏଭଳି ଅଭିନବ ପ୍ରୟାସ କୁ ସମସ୍ତେ ପ୍ରଶଂସା କରିଥଲେ। ଏହି କାର୍ଯ୍ୟକ୍ରମ ରେ ନିଷ୍ଠା ପରିବାର ର ସଭାପତି ଶ୍ରୀ ରକ୍ଷପାଲ ସାହୁ,ସମ୍ପାଦକ ଶ୍ରୀ ଲୋକନାଥ ସାହୁ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଉପଦେଷ୍ଟା ଦୂର୍ବାଦଲ ଷଡଙ୍ଗୀ, ସଚି ପଣ୍ଡା ଙ୍କ ସହ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।