Loading...

ଜାତୀୟ ଯୁବ ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର

13-January-2023, Friday
ସ୍ଵାମୀ ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ ଏନ୍ .ଏସ୍.ଏସ୍. ର ଶୀତ କାଳୀନ ସ୍ବତନ୍ତ୍ର ଜାତୀୟ ସେବା ଶିବିର ତୋରା ଡିଗ୍ରୀ ମହାବିଦ୍ୟାଳୟ, ତୋରା,ବରଗଡ଼ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର ଓ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି ଶିବିର କୁ ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଫିତା କାଟି ଶୁଭାରମ୍ଭ କରିଥଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଦାନ ଶିବିର ଆୟୋଜନ ପାଇଁ ଆମ ନିଷ୍ଠା ପରିବାର ତରଫରୁ NSS Unit Tora କୁ ମୋମେଣ୍ଟୋ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିରକୁ ଭୀମସେନ ପାତ୍ର(NSS Program Officer, ସଭାପତି କପିଳ କଠାର,ଅଧ୍ୟକ୍ଷ ଅଶ୍ବିନୀ କୁମାର ପଧାନ, ଇଂରାଜୀ ଅଧ୍ୟାପକ ମନୋରଞ୍ଜନ ବିଶ୍ବାଲ ତଥା ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ,ସଂପାଦକ ଲୋକନାଥ ସାହୁ, କୋଷାଧ୍ଯକ୍ଷ ଶ୍ୟାମ ସୁନ୍ଦର ସାହୁ,ପ୍ରଦୀପ ନନ୍ଦ ଓ ମହିଳା ଶାଖାର ସଦସ୍ୟା ରଞ୍ଜିତା ମହାଣାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସୂଚାରୁ ରୂପେ ପରିଚାଳନା କରିଥିଲେ। ଉପୋରୋକ୍ତ ଶିବିର ରେ ରକ୍ତ ଦାନ କରିଥିବା ସମସ୍ତ ରକ୍ତ ଦାତା ତଥା ସହଯୋଗୀ ମାନଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।