Loading...

ସ୍ୱାଧୀନ ଏକତା ସଙ୍ଗଠନ ତରଫରୁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

15-January-2023, Sunday
ସ୍ୱାଧୀନ ଏକତା ସଙ୍ଗଠନ, ରେଙ୍ଗାଲି ଦ୍ଵାରା ଆୟୋଜିତ ଜାନୁଆରୀ ୧୨ ଓ ୧୩ "ଦ୍ବି ଦିବସୀୟ ରେଙ୍ଗାଲି ମହୋତ୍ସବ-୨୦୨୩" ରେ ଆମ ନିଷ୍ଠା ପରିବାର କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ,ଉତ୍ସର୍ଗୀକୃତ ସେବା, କୋଭିଡ ସମୟ ରେ ଜନସାଧାରଣ ଙ୍କୁ ଯୋଗାଇ ଦିଆଯାଇଥିବା ସେବା ପାଇଁ ନିଷ୍ଠା ପରିବାର କୁ ଉପଢୌକନ ଓ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଆପଣ ମାନଙ୍କ ଏହି ଭଲ ପାଇବା ଓ ସମ୍ମାନ ଆମ କୁ ସମାଜ ସେବା ପାଇଁ ଆହୁରି ପ୍ରେରଣା ଯୋଗାଇବ। ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରି ନିଷ୍ଠା ପରିବାର କୁ ସମ୍ବର୍ଦ୍ଧିତ କରିଥିବା ଓ ଖୁବ୍ ସୁନ୍ଦର ଆତିଥ୍ୟ ପାଇଁ ଆୟୋଜକ ବନ୍ଧୁ ମାନଙ୍କୁ ତଥା ସ୍ୱାଧୀନ ଏକତା ସଙ୍ଗଠନର ପୁରା ଟିମ୍ କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଓ ନମସ୍କାର । ଏହି କାର୍ଯ୍ୟକ୍ରମ ରେ ନିଷ୍ଠା ମହିଳା ଶାଖା ର ସଂଯୋଜିକା ତ୍ରିପୁରା ସୁହୁଳା ଓ ସଦସ୍ୟା ରୀନା ମହାରଣା ଉପସ୍ଥିତ ଥିଲେ।ନିଷ୍ଠା ପରିବାର ନିଷ୍ଠାପର ଭାବରେ ତାର ସେବା ଜାରି ରଖିବ।