Loading...

ପାର୍ବତୀ ଗିରୀ ସେବା ସମ୍ମାନରେ ସମ୍ମାନିତ ହେଲା ନିଷ୍ଠା ପରିବାର

20-January-2023, Friday
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜ ସେବୀ, ପାର୍ବତୀ ଗିରୀ ଙ୍କ ୯୭ ତମ ଜନ୍ମ ଜୟନ୍ତୀ ଅବସରରେ ବରଗଡ଼ ସ୍ଥିତ ଟାଉନ ହଲ ରେ ଏଚିଭର ଫାଉଣ୍ଡେସନ ସାମାଜିକ ସଂଗଠନ ତରଫ ରୁ ଆୟୋଜିତ କାର୍ଯ୍ୟକ୍ରମ ରେ ସମାଜ ସେବା କ୍ଷେତ୍ରରେ ଆମ ନିଷ୍ଠା ପରିବାର କୁ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା ଏବଂ ସେହି ଦିନ ଅନୁରୂପ ଭାବେ ପାର୍ବତୀ ଗିରୀ ଙ୍କ ଜନ୍ମ ମାଟି ବିଜେପୁର ସ୍ଥିତ ସମଲେଇ ପଦର ଯେଉଁଠି ତାଙ୍କ ନାମ ରେ ଖୋଲାଯାଇଛି ଏକ ବୃଦ୍ଧାଶ୍ରମ "ପାର୍ବତୀ ଗିରି ବୃଦ୍ଧାଶ୍ରମ" ଯେଉଁଠି ଅନେକ ଅସହାୟ ଅବହେଳିତ ଓ ନିଷ୍ପେସିତ ମାଁ ଵାପା ଆଶ୍ରୟ ନିଅନ୍ତି। ସେହି ବୃଦ୍ଧାଶ୍ରମ ରେ ପାର୍ବତୀ ଗିରି ଙ୍କ ୯୭ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଆମ ନିଷ୍ଠା ପରିବାର କୁ "ପାର୍ବତୀ ଗିରୀ ସେବା ସମ୍ମାନ"ରେ ମୁଖ୍ୟ ଅତିଥି ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତି ରିତା ସାହୁ ସମ୍ବର୍ଦ୍ଧିତ କରିଥିଲେ।ଆପଣ ମାନଙ୍କ ଏହି ଭଲ ପାଇବା ଓ ସମ୍ମାନ ଆମ କୁ ସମାଜ ସେବା ପାଇଁ ଆହୁରି ପ୍ରେରଣା ଯୋଗାଇବ।ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରି ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରିଥିବା ଓ ଖୁବ୍ ସୁନ୍ଦର ଆତିଥ୍ୟ ପ୍ରଦାନ ପାଇଁ ଉଭୟ ଆୟୋଜକ ବନ୍ଧୁ ମାନଙ୍କୁ ତଥା ଏଚିଭର ଫାଉଣ୍ଡେସନ ଓ ପାର୍ବତୀ ଗିରି ବୃଦ୍ଧାଶ୍ରମ" ର ପୁରା ଟିମ୍ କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଓ ନମସ୍କାର ।