Loading...

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ନିଷ୍ଠା ପରିବାର ତରଫରୁ ରକ୍ତ ଦାନ ଶିବିର

23-January-2023, Monday
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଓ ମେହଭିସ ପେଟ୍ରୋଲ ପମ୍ପ ମାଲିକ ତଥା ଆମ ନିଷ୍ଠା ପରିବାରର ସକ୍ରିୟ ସଦସ୍ୟ କରୁଣା ସାହୁଙ୍କ ପୁତ୍ର ମେହଭିସ ଵାବୁ ର ଜନ୍ମ ଦିନ ଅବସରରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ମେହଭିସ ପେଟ୍ରୋଲ ପମ୍ପ,ନୂଆଗଡ,ଖଣ୍ଡହଥା,ବରଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ବରଗଡ଼ ଇଣ୍ଡିଆନ ଅଏଲର ସେଲ୍ସ ଅଫିସର ରାହୁଲ କଲ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିରକୁ ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ, ଉପ ସଭାପତି କ୍ଷୀରୋଦ୍ର ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ସଚି ପଣ୍ଡା, ତ୍ରିମଲ ସାହୁ ଓ ନିଷ୍ଠା ପରିବାର ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ରକ୍ତଦାନ କରିଥିବା ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫରୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଓ ନମସ୍କାର। ଏବଂ ନିଷ୍ଠା ପରିବାର ତରଫରୁ ମେହଭିସ ସାହୁଙ୍କୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା । ମାଁ ସମଲେଶ୍ବରୀ ତାଙ୍କୁ ସୁସ୍ଥ ସବଳ ଓ ଦୀର୍ଘାୟୁ କରନ୍ତୁ।