Loading...

ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିରରୁ ୧୦୭ୟୁନିଟ ରକ୍ତ ସଂଗୃହୀତ

26-January-2023, Thursday
ସାଧାରଣ ତନ୍ତ୍ର ଦିବସ ଓ ପବିତ୍ର ସରସ୍ଵତୀ ପୂଜା ଅବସରରେ ସକାଳ ୯ଟାରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ସାହୁ ଟିକ୍ରା, ତୋରା,ବରଗଡ଼ ଠାରେ ନିଷ୍ଠା ପରିବାର ଓ ସାହୁ ଟିକ୍ରା ଗ୍ରାମବାସୀ ଙ୍କ ମିଳିତ ଆନୁକୁଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ସଦର ଥାନା ଅଧିକାରୀ ଶ୍ରୀମତୀ ସ୍ଵପ୍ନା ରାଣୀ ଗୋଚ୍ଛାୟତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୫୪ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ନିଷ୍ଠା ପରିବାର ର ଟିମ୍ ସାହୁ ଟିକ୍ରା ଏହି ଶିବିର ର ସୁପରିଚାଳନା କରିଥିଲେ। ******* ସାହ୍ଲେପାଲି, ରେଶମ,ଭେଡେନ,ବରଗଡ଼ ଠାରେ ସାହ୍ଲେପାଲି ୟୁଥ ଏସୋସିଏସନ୍ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଶ୍ରୀମତୀ ସଞ୍ଜୁଲତା ବାରିକ, ସମିତି ସଭ୍ୟା ଗାୟତ୍ରୀ ପଣ୍ଡା ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୫୩ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ******* ଉଭୟ ରକ୍ତ ଦାନ ଶିବିର ରୁ ସର୍ବମୋଟ୍ ୧୦୭ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ସାହ୍ଲେପାଲି ୟୁଥ ଏସୋସିଏସନ୍ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ଏହି ଶିବିର ପରିଚାଳନା କରିଥିଲେ। ଉଭୟ ଶିବିର ରେ ରକ୍ତ ଦାନ କରିଥିବା ସମସ୍ତ ରକ୍ତ ଦାତା ତଥା ସାହ୍ଲେପାଲି ୟୁଥ ଏସୋସିଏସନ୍ ଓ ଟିମ୍ ନିଷ୍ଠା ସାହୁ ଟିକ୍ରା କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।