Loading...

ପବିତ୍ର ସରସ୍ଵତୀ ପୂଜା ଅବସରରେ ଆୟୋଜିତ ରକ୍ତଦାନ ଶିବିରରୁ ୬୬ୟୁନିଟ ରକ୍ତ ସଂଗୃହୀତ

27-January-2023, Friday
ପବିତ୍ର ସରସ୍ଵତୀ ପୂଜା ଅବସରରେ ନିଷ୍ଠା ପରିବାର ର ତୃତୀୟ ରକ୍ତଦାନ ଶିବିର ବଡ ଦାଣ୍ଡ ଛକ,ସର୍ଗିବାହାଲ,ପଦ୍ମପୁର,ବରଗଡ଼ ଠାରେ ବିର୍ସା ଏଥେଲେଟିକ କ୍ଲବ୍ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ଅତିଥି ଭାବରେ ୩୭ଥର ରକ୍ତ ଦାନ କରିଥିବା ସୁଶାନ୍ତ ବେହେରା ଓ ସରପଞ୍ଚ ଶ୍ରୀମତୀ ନେପୁର ସୁନା ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିରରୁ ପଦ୍ମପୁର ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୬୬ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଦାନ ଶିବିର ଆୟୋଜନ ପାଈଁ ବିର୍ସା ଏଥେଲେଟିକ କ୍ଲବ କୁ ନିଷ୍ଠା ପରିବାର ତରଫରୁ ଏକ ମୋମେଣ୍ଟୋ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିର୍ସା ଏଥେଲେଟିକ କ୍ଲବ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ଏହି ଶିବିର ପରିଚାଳନା ରେ ପୂର୍ଣ ପ୍ରାଣ ରେ ସହଯୋଗ କରିଥିଲେ।ଏହି ଶିବିର ରେ ରକ୍ତ ଦାନ କରିଥିବା ସମସ୍ତ ରକ୍ତ ଦାତା ତଥା ବିର୍ସା ଏଥଲେଟିକ କ୍ଲବର ସମସ୍ତ ସଦସ୍ଯ ମାନଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଓ ନମସ୍କାର।