Loading...

ଜିତେ ଜିତେ ରକ୍ତ ଦାନ ଜାତେ ଜାତେ ନେତ୍ର ଦାନ

30-January-2023, Monday
ଗାଇସିମା ଗ୍ରାମ ର ଅଭେଲ କୁମ୍ଭାର ବୟସ ୫୫ବର୍ଷ ଙ୍କୁ ଅସୁସ୍ଥ ଅବସ୍ଥା ରେ ବରଗଡ଼ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା,ପରେ ତାଙ୍କ ର ମୃତ୍ୟୁ ହୋଇଯାଇଥିଲା। ଏ ନେଇ ନେତ୍ର ଦାନ ପ୍ରମୁଖ ଅଞ୍ଜୁ ମିତ୍ତଲ ଙ୍କୁ ଖବର ଦିଆଯାଇଥିଲା।ମୃତ୍ୟୁ ପରେ ତାଙ୍କ ଚକ୍ଷୁ ଦାନ ପାଇଁ ଗାଇସିମା ର ଯୁବ ସରପଞ୍ଚ ଶ୍ରୀ ଧିରେନ ମହାପାତ୍ର ଓ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ପରିବାର ଲୋକଙ୍କୁ ବୁଝା ସୁଝା କରିବା ପରେ ତାଙ୍କ ପୁଅ ମାନେ ଯୁଧିଷ୍ଟିର କୁମ୍ଭାର, ଯୋଗେଶ୍ୱର କୁମ୍ଭାର, ଭୀଷ୍ମ କୁମ୍ଭାର ତାଙ୍କ ବାପା ଙ୍କ ଚକ୍ଷୁ ଦାନ ପାଇଁ ରାଜି ହୋଇଥିଲେ। ପରେ ଟେକ୍ନିସିଆନ ପ୍ରଭାସିନୀ ମ୍ୟାଡମ ତାଙ୍କ ଚକ୍ଷୁ କୁ କାଢି ଥିଲେ। ଚକ୍ଷୁ ଦାନ ଭଳି ମହତ୍ ଦାନ କରିଥିବାରୁ ପୁରା ପରିବାର ବର୍ଗ ଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।