Loading...

କ୍ୟାନସର ସଚେତନତା କାର୍ଯ୍ୟକ୍ରମରେ ନିଷ୍ଠା ପରିବାର ର ଯୋଗଦାନ

04-February-2023, Saturday
AwAAkeN ଅନୁଷ୍ଠାନ ତରଫରୁ ବରଗଡ଼ ତଥା ଓଡିଶା ରୁ କ୍ୟାନସର ରୋଗର ମୁଲୋତ୍ପାଟନ ପାଇଁ ବିଶ୍ୱ କର୍କଟ ଦିବସ ଅବସରରେ ଆୟୋଜିତ କ୍ୟାନସର ସଚେତନ ରେଲି ବରଗଡ଼ର ଗାନ୍ଧୀ ଛକରୁ ବାହାରି ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପହଞ୍ଚିଥିଲା ଓ ସେଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବରଗଡ଼ ର ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀଙ୍କ ସମେତ ଅନେକ ସାମାଜିକ ସଂଗଠନ ଯୋଗଦାନ କରିଥିଲେ।ଏଭଳି ଏକ ସୁନ୍ଦର ଓ ଜନହିତକାରୀ କାର୍ଯ୍ୟକ୍ରମରେ ନିଷ୍ଠା ପରିବାରକୁ ଯୋଗଦାନ କରିବାର ସୁଯୋଗ ପ୍ରଦାନ କରିଥିବାରୁ AwAAkeN ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଅନେକ ଅନେକ ଧନ୍ୟବାଦ।