Loading...

ପ୍ରାଥମିକ ବିଦ୍ୟାଳୟ ସଂଘର ବାର୍ଷିକୋତ୍ସବରେ ରକ୍ତଦାନ ଶିବିର

05-February-2023, Sunday
ଏଲିମେଣ୍ଟରୀ ଟିଚର ଏସୋସିଏସନ୍ (NPS) ବରଗଡ଼ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ପ୍ରାଥମିକ ବିଦ୍ୟାଳୟ ସଂଘର ବାର୍ଷିକ ସାଧାରଣ ବୈଠକ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବରଗଡ଼ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ମାଷ୍ଟର ଟିକ୍ରା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ଫିତା କାଟି ଶିବିର ର ଶୁଭ ଉଦ୍ଘାଟନ କରିଥିଲେ।ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଙ୍ଘ ର ସଭାପତି ବୀରେନ୍ଦ୍ରନାଥ କୁମ୍ଭାର,ସଂପାଦକ ସାର୍ତିକ ସାହୁ,କୋଷାଧ୍ଯକ୍ଷ ସତ୍ୟ ଶଙ୍କର ବିଶି ଓ ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ମହିଳା ଶାଖା ର ସଦସ୍ୟା ରୀନା ମହାରଣାଙ୍କ ସମେତ ନିଷ୍ଠା ପରିବାର ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ପରିଶେଷରେ ରେ ରକ୍ତ ଦାନ ଶିବିର ଆୟୋଜନ କରିଥିବା ଏଲିମେଣ୍ଟରୀ ଟିଚର ଏସୋସିଏସନ୍ ର କର୍ମକର୍ତା ଙ୍କୁ ନିଷ୍ଠା ପରିବାର ତରଫରୁ ଏକ MOMENTO ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ଓ ସହଯୋଗୀ ମାନଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।