Loading...

ଧନୁଯାତ୍ରା ମହୋତ୍ସବରେ ୪୭ୟୁନିଟ୍ ରକ୍ତ ସଂଗୃହୀତ

12-February-2023, Sunday
୧୩ତମ ବିରାଟ ଧନୁଯାତ୍ରା ମହୋତ୍ସବ-୨୦୨୩ ଲେଲେହର-ଚଣ୍ଡୀପାଲି ପୋ- ଉତ୍ତମ ଭାୟା -ଡୁଙ୍ଗୁରି, ଥାନା-ଅମ୍ବାଭୋନା,ବରଗଡ଼ ଠାରେ ଧନୁଯାତ୍ରା ମହୋତ୍ସବ କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୂଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଯୋଗ ଦେଇଥିଲେ ଓ ଫିତା କାଟି ଶିବିର ର ଶୁଭ ଉଦ୍ଘାଟନ କରିଥିଲେ। ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଯୋଗ ଦେଇଥିଲେ ଓ ଫିତା କାଟି ଶିବିର ର ଶୁଭ ଉଦ୍ଘାଟନ କରିଥିଲେ। ସମ୍ବାନୀତ ଅତିଥି ଭାବରେ ଆମ୍ବଭୋନା ବ୍ଲକ ଅଧ୍ୟକ୍ଷ ଶ୍ରୀ କୀର୍ତ୍ତି ଚନ୍ଦ୍ର ଦୁଆନ, ଭଟଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ, ଲଖନପୁର ସରପଞ୍ଚ ସତ୍ୟ ଭୂଷଣ ସାହୁ ଯୋଗ ଦେଇଥିଲେ। ପ୍ରଭୁ ଶ୍ରୀ କୃଷ୍ଣ ଓ ବଳରାମ ମଧ୍ୟ ଏହି ଶିବିର ରେ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।ଏହି ଶିବିର ରୁ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୪୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଧନୁଯାତ୍ରା କମିଟି ର ସଭାପତି ତଥା ସ୍ଥାନୀୟ ସରପଞ୍ଚ ହିରାଧର ସାହୁ, କମିଟି ର କର୍ମକର୍ତ୍ତା, ଗ୍ରାମବାସୀ ଓ ନିଷ୍ଠା ପରିବାର ର ଉପ ସଭାପତି ଆଶିଷ କର, ସମ୍ପାଦକ ଲୋକନାଥ ସାହୁ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଜୟନ୍ତ ପ୍ରଧାନ, ରାତ୍ର ପ୍ରଧାନ, ହେମାଞ୍ଚଲ ସାହୁ ଓ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଶିବରର ସୁପରିଚାଳନା କରିବା ସହ ଶିବିର କୁ ସଫଳ କରିଥିଲେ। ଧନୁଯାତ୍ରା ଅବସର ରେ ରକ୍ତ ଦାନ ଶିବିର ଆୟୋଜନ କରିଥିବା ପାଇଁ ମହାରାଜ କଂସ ଓ ରାଜ ଅତିଥି ଙ୍କ ଉପସ୍ଥିତି ରେ କଂସ ଦରବାର ରେ ଧନୁଯାତ୍ରା କମିଟିକୁ ଆମ ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ କମିଟି ତରଫରୁ ଆମ ନିଷ୍ଠା ପରିବାର କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।