Loading...

ସ୍ବେଚ୍ଛାକୃତ ରକ୍ତଦାନ ଶିବିରରୁ ୫୧ୟୁନିଟ ରକ୍ତ ସଂଗୃହୀତ

15-February-2023, Wednesday
ମର୍ଣିଙ୍ଗ ଓ୍ବାକ ଗ୍ରୁପ୍ ,ଆଶାକିରନ, ବରଗଡ଼ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବରଗଡ଼ ସ୍ଥିତ ସ୍ବୟଂସିଦ୍ଧା ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ସାତ ଯୋଡ଼ା ରକ୍ତ ଦାତା ଦମ୍ପତ୍ତି ଙ୍କୁ ମିଶାଇ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମର୍ଣିଙ୍ଗ ଓ୍ବାକ ଗ୍ରୁପ୍ ର ସଂଜୀବ ଡାଲମିଆ, ସଞ୍ଜୟ ଅଗ୍ରୱାଲ, ମୁକେଶ ରେଖାନୀ, କପିଲ ଦେବ ଅଗ୍ରୱାଲ ଏବଂ ନିଷ୍ଠା ପରିବାର ର ଉପ ସଭାପତି, ଆଶିଷ କର, କ୍ଷୀରୋଦ୍ର ସାହୁ,ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ,ସଂପାଦକ ଲୋକନାଥ ସାହୁ ,ମହିଳା ଶାଖା ର ସଦସ୍ୟା ରୀନା ମହାରଣାଙ୍କ ସମେତ ନିଷ୍ଠା ପରିବାର ର ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ମର୍ଣିଙ୍ଗ ଓ୍ବାକ ଗ୍ରୁପ୍ ତରଫରୁ ଏହି ଶିବିର ରେ ରକ୍ତଦାନ କରିଥିବା ପ୍ରତ୍ୟେକ ରକ୍ତଦାତା ଙ୍କୁ ଗୋଟିଏ ଲେଖାଏଁ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଶେଷରେ ରେ ରକ୍ତ ଦାନ ଶିବିର ଆୟୋଜନ କରିଥିବା ମର୍ଣିଙ୍ଗ ଓ୍ବାକ ଗ୍ରୁପ୍ ର କର୍ମକର୍ତା ଙ୍କୁ ନିଷ୍ଠା ପରିବାର ତରଫରୁ ଏକ MOMENTO ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ଓ ସହଯୋଗୀ ମାନଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।