Loading...

ମହାଶିବରାତ୍ରୀ ଅବସରରେ ନିଷ୍ଠା ପରିବାର ଦ୍ଵାରା ଆୟୋଜିତ ଦୁଇଟି ଶିବିରରୁ ୧୦୬ୟୁନିଟ୍ ରକ୍ତ ସଂଗୃହୀତ

18-February-2023, Saturday
ପବିତ୍ର ମହାଶିବରାତ୍ରୀ ଅବସରରେ ନିଷ୍ଠା ପରିବାର ଓ ମନ୍ଦୀର କମିଟି ତରଫ ରୁ ଦୁଇଟି ସ୍ଥାନ ରେ ଗୋଟିଏ ସମୟ ରେ ଦୁଇଟି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ମନ୍ଦୀର, ଗାଇସୀମା, ବରଗଡ଼ ଠାରେ ଆୟୋଜିତ ଶିବିରକୁ ଗାଇଶିମା ସରପଞ୍ଚ ଶ୍ରୀ ଧିରେନ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୪୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସେହିପରି ଭାବରେ ଶ୍ରୀ ଶ୍ରୀ ବାବା ଝାଡେଶ୍ୱର ମନ୍ଦୀର, ରେଙ୍ଗାଲ ପାଲି,ସରସରା,ବରଗଡ଼ ଠାରେ ନିଷ୍ଠା ପରିବାର ଓ ମନ୍ଦିର କମିଟି ତରଫରୁ ଆୟୋଜିତ ରକ୍ତ ଦାନ ଶିବିର କୁ ସମ୍ବଲପୁରୀ ବସ୍ତ୍ରାଳୟ ର ସଭାପତି ଶ୍ରୀ ସମ୍ବିତ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୬୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉଭୟ ରକ୍ତ ଦାନ ଶିବିର ରୁ ସର୍ବମୋଟ ୧୦୬ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଦାନ ଶିବିର ଆୟୋଜନ ପାଈଁ ଉଭୟ ମନ୍ଦୀର କମିଟି କୁ ଆମ ନିଷ୍ଠା ପରିବାର ତରଫରୁ ଏକ ସ୍ବତନ୍ତ୍ର MOMENTO ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଝାଡେଶ୍ୱର ମନ୍ଦୀର କମିଟି ପକ୍ଷରୁ ଆମ ନିଷ୍ଠା ପରିବାର କୁ ସାମାଜିକ କାର୍ଯକ୍ରମ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଭୟ ଶିବିର ରେ ନିଷ୍ଠା ପରିବାର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।ସମସ୍ତ ରକ୍ତ ଦାତା, ଶୁଭେଚ୍ଛୁ,ସହଯୋଗୀ, ଉଭୟ ମନ୍ଦୀର କମିଟି, ଝାଡେଶ୍ୱର ବାବା ୟୁବା ସଂଘ,ଗ୍ରାମବାସୀ ସମସ୍ତ ଙ୍କ ର ସହଯୋଗ ପାଇଁ ଆଜି ଉଭୟ ରକ୍ତ ଦାନ ଶିବିର ସଫଳ ହୋଇଥିବାରୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଓ ନମସ୍କାର ।