Loading...

ଶ୍ରୀ ଶ୍ରୀ ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରେ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

23-February-2023, Thursday
ବରଗଡ଼ ସ୍ଥିତ ଖଲିଆପାଲି ବସ୍ତି ପଡ଼ା ରେ ଅନୁଷ୍ଠିତ ଶ୍ରୀ ଶ୍ରୀ ରାଧା କୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଜଳନ୍ଧର ମହାରାଜଙ୍କ ଦରବାରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମ ନିଷ୍ଠା କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ନିଷ୍ଠା ପରିବାର ମହିଳା ଶାଖା ର ସଂଯୋଜିକା ତ୍ରିପୁରା ସୁହୂଲା ଓ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।ଆପଣ ମାନଙ୍କ ଏହି ଭଲ ପାଇବା ଓ ସମ୍ମାନ ଆମ କୁ ସମାଜ ସେବା ପାଇଁ ଆହୁରି ପ୍ରେରଣା ଯୋଗାଇବ।ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରି ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରିଥିବା ଓ ଖୁବ୍ ସୁନ୍ଦର ଆତିଥ୍ୟ ପ୍ରଦାନ ପାଇଁ ମନ୍ଦିର ପ୍ରତିଷ୍ଠା କମିଟି ଓ ଖଲିଆପାଲି ବସ୍ତି ପଡ଼ା ବାସୀ ଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।