Loading...

ବିବାହ ଉତ୍ସବରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର

12-March-2023, Sunday
ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମା ଗ୍ରାମ ପଞ୍ଚାୟତ ର ମାଲିପାଲି ଗ୍ରାମ ରେ ନରୋତ୍ତମ ଭୋଇ ଓ ତୃପ୍ତୀମୟୀ ଭୋଇ ଙ୍କ ବିବାହ ଉତ୍ସବ ଅବସରରେ ନିଷ୍ଠା ପରିବାର ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ନିଜ ବିବାହ ଉତ୍ସବ ରେ ରକ୍ତ ଦାନ ଶିବିର କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଉଭୟ ନବ ଦମ୍ପତ୍ତି, ଉଭୟେ ମିଶି ରକ୍ତ ଦାନ ଶିବିର ର ଫିତା କାଟି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଓ ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର ରେ ନିଷ୍ଠା ପରିବାର ଟିମ୍ ମାଲିପାଲି ର ସମସ୍ତ ସଦସ୍ୟ ତଥା ନିଷ୍ଠା ପରିବାର ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ନିଷ୍ଠା ପରିବାର ତରଫରୁ ମାଳିପାଲି ଗ୍ରାମବାସୀ, ସମସ୍ତ ରକ୍ତ ଦାତା,ଶୁଭେଚ୍ଛୁ ଓ ସହଯୋଗୀ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଓ ନବ ଦମ୍ପତ୍ତି ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।