Loading...

ବରଗଡରେ ସମ୍ପୂର୍ଣ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

17-March-2023, Friday
ହ୍ୟୁମାନ କେଆର ଫାଉଣ୍ଡେସନ,ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି,ବରଗଡ଼ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ଶରୀର ର ସମ୍ପୂର୍ଣ୍ଣ ସ୍ବାସ୍ଥ୍ଯ ପରୀକ୍ଷା ଓ ଶରୀର ସମ୍ବନ୍ଧିତ ଆୟୁର୍ବେଦିକ ଚିକିତ୍ସା ଶିବିର ବରଗଡ଼ ର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ କୃତିବାସ ରାଉତ, ସମ୍ବଲପୁରୀ ବସ୍ତ୍ରାଳୟ ର ସଭାପତି ସମ୍ବିତ ଆଚାର୍ଯ୍ୟ, ବରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ରେଡକ୍ରସ ଅଧିକାରୀ ଅଶୋକ କୁମାର ମିଶ୍ର,ଡାକ୍ତର ଅଜିତ ଦର୍ଜି ଯୋଗଦାନ କରି ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ ଏବଂ ନିଜେ ନିଜ ଶରୀର ର ପରୀକ୍ଷା ମଧ୍ୟ କରାଇଥିଲେ। ଏହି ଶିବିର ଆସନ୍ତା ତା.୨୦.୦୩.୨୦୨୩ ପର୍ଯ୍ୟନ୍ତ ବରଗଡ଼ କଲ୍ୟାଣ ମଣ୍ଡପ ରେ ଚାଲୁ ରହିବା ସହ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଏହି ଶିବିର କରାଯିବ।ସ୍ବଳ୍ପ ଦେୟ ପ୍ରଦାନ କରି ନିଜ ଶରୀର ର ପରୀକ୍ଷା କରି ଏହି ଶିବିର ର ଲାଭ ନେବାକୁ ଅନୁରୋଧ। ଏହି କାର୍ଯ୍ୟକ୍ରମ ରେ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।