Loading...

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ରେ ରକ୍ତ ଦାନ ଶିବିର

30-March-2023, Thursday
ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଅବସରରେ ବେହେରାପାଲି, ଆମ୍ବଭୋନା ଠାରେ ମନ୍ଦୀର ପ୍ରତିଷ୍ଠା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ସମ୍ବାନୀତ ଅତିଥି ଭାବରେ ଉତ୍ତମ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ହିରାଧର ସାହୁ, ସମାଜ ସେବୀ ଦୁର୍ଲଭ ବେହେରା ଯୋଗଦେଇ ଥିଲେ। ଭକ୍ତ ମାନେ ପ୍ରଭୂ ଙ୍କୁ ଦର୍ଶନ କରିବା ସହିତ ସ୍ଵଇଛା ରେ ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିଥିଲେ। ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ନିଷ୍ଠା ପରିବାର ତରଫରୁ ମନ୍ଦିର ପ୍ରତିଷ୍ଠା କମିଟି କୁ ମୋମଣ୍ଟୋ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ମାନ କୁ ସଭାପତି କିଶୋର ପ୍ରଧାନ, କୋଷାଧ୍ୟକ୍ଷ ପଞ୍ଚାନନ ପ୍ରଧାନ ଗ୍ରହଣ କରିଥିଲେ। ନିଷ୍ଠା ପରିବାର ର ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଳା, ସୂତପା ଗଡତିଆ,ସଙ୍କେତ ଆଠଘରା, ଦିନେଶ ପ୍ରଧାନ, ଦୟାନିଧି ଷଡ଼ଙ୍ଗୀ ଓ ସମାଜସେବୀ ସୁବଳ ନାଏକ ଶିବିର ପରିଚାଳନା କରିଥିଲେ।