Loading...

ନିଷ୍ଠା ଭବନ ରେ ରକ୍ତ ଦାତା ଙ୍କ ପ୍ରଶିକ୍ଷଣ ଶିବିର

31-March-2023, Friday
ବରଗଡ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର କେମ୍ପ ଛକ ରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ମୁଖ୍ୟ କାର୍ଯ୍ୟାଳୟ ରେ ଏକ ରକ୍ତ ଦାତା ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ SBTC ର ପୁର୍ବତନ CONSULTANT ତଥା ଜାତୀୟ ରକ୍ତ ଦାତା ସଂଘ ର ଉପସଭାପତି ଯିଏ କି ବର୍ତ୍ତମାନ ସୁଦ୍ଧା ୧୪୫ଥର ରକ୍ତ ଦାନ କରିସାରିଛନ୍ତି ଶ୍ରୀ ପ୍ରଦୀପ୍ତ କୁମାର ତ୍ରୀପାଠୀ ଯୋଗଦେଇ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନଙ୍କୁ ରକ୍ତ ଦାନ ଶିବିର ଆୟୋଜନ ତଥା ନୂତନ ରକ୍ତ ଦାତା କିପରି ସୃଷ୍ଟି ହେବେ ସେ ନେଇ ସମସ୍ତ ଙ୍କୁ ବୁଝାଇଥିଲେ।ଆଗାମୀ ଗ୍ରୀଷ୍ମ ମାସରେ ନିଷ୍ଠା ପରିବାର କିପରି ଅଧିକ ରୁ ଅଧିକ ରକ୍ତ ଦାନ ଶିବିର ଆୟୋଜନ କରିବ ତାର ମଧ୍ଯ ଆଲୋଚନା ହୋଇଥଲା। ଏହି କାର୍ଯ୍ୟକ୍ରମରେ ନିଷ୍ଠା ପରିବାର ର ସଭାପତି ରକ୍ଷ ପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଓ ମହିଳା ଶାଖା ର ମୁଖ୍ୟ ତ୍ରିପୁରା ସୁହୁଲା ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।