Loading...

ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ରକ୍ତ ଦାନ ଶିବିର

01-April-2023, Saturday
ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ କଳିଙ୍ଗ ବୈଶ୍ୟ ସଂଘ,ଦିଶା ମହିଳା ସଂଘ,ପ୍ରଗତୀ ଯୁବକ ସେବା ସଂଘ, ବରଗଡ଼ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ବୈଶ୍ୟ ସଂଘ ପେଣ୍ଠ ଘର, ମନାବନ୍ଧ ପଡ଼ା, ବରଗଡ଼ ରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଜାତୀୟ ରକ୍ତ ଦାନ ସଂସ୍ଥା ର ଉପ ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୪୪ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଦାନ ଶିବିର ଆୟୋଜନ ପାଈଁ କଳିଙ୍ଗ ବୈଶ୍ୟ ସଂଘ,ଦିଶା ମହିଳା ସଂଘ,ପ୍ରଗତୀ ଯୁବକ ସେବା ସଂଘ କୁ ମୋମେଣ୍ଟୋ, ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କଳିଙ୍ଗ ବୈଶ୍ୟ ସଂଘ ବରଗଡ, ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର, ଦିଶା ମହିଳା ସଂଘ ସଂପାଦକ ଶ୍ରୀମତୀ ଉଷାରାଣୀ ସୁବୁଦ୍ଧି, ପ୍ରଗତୀ ଯୁବକ ସେବା ସଂଘ ବରଗଡ ସଂପାଦକ ଶ୍ରୀ ରଞ୍ଜିତ ପାତ୍ର ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।ସମସ୍ତ ଆୟୋଜକ ବନ୍ଧୁ, ରକ୍ତ ଦାତା ଓ ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ।