Loading...

ସାଇକେଲରେ ରକ୍ତଦାନର ବାର୍ତ୍ତା ନେଇ ଭାରତ ଭ୍ରମଣ ପାଇଁ ବାହାରିଥିବା ଜୟଦେବ ରାଉତଙ୍କୁ ବରଗଡ଼ରେ ସ୍ବାଗତ

13-April-2023, Thursday
ଜାତୀୟ ରକ୍ତ ଦାତା ମହାସଂଘ ର BRAND AMBASSADOR ଜଣେ ଆଗଧାଡ଼ି ର ସ୍ଵେଚ୍ଛାସେବୀ ଶ୍ରୀ ଜୟଦେବ ରାଉତ ଘର ଭଦ୍ରକ ଜିଲ୍ଲା ର ଧାମନଗର ଯିଏ କି ରକ୍ତ ଦାନ ର ବାର୍ତା ନେ଼ଇ ଦୀର୍ଘ ସାତ ମାସ ଧରି ଭାରତ ଯାତ୍ରା ସାଇକେଲ ଯୋଗେ କରୁଛନ୍ତି । ସେ ଛତିଶଗଡ଼ ରୁ ବହାରି ସୋହେଲା କୁ ଦିନ ୧୨ ଟା ରେ ପହଞ୍ଚିଥିଲେ। ଜୟ ଦୁର୍ଗା ଆସୋସିଏସନ୍ (JDA), ଅଗ୍ରୱାଲ ମହାସଭା ଓ ମାରୱାଡ଼ି ଯୁବା ମଞ୍ଚ ସୋହେଲା ତରଫ ରୁ ଶ୍ରୀ ରାଉତ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା।ସନ୍ଧ୍ୟା ୦୫.୦୦ ମି.ସମୟ ରେ ସେ ବରଗଡ ସ୍ଥିତ ହଲଦିପାଲି ଛକ ରେ ପହଞ୍ଚିଥିଲେ। ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ଦ୍ବାରା ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସର ରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଓ ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ମଧ୍ୟ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ଶ୍ରୀ ରାଉତ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ନିଷ୍ଠା ପରିବାର ତରଫ ରୁ ଏକ ବାଇକ ରାଲୀ ରେ ଶ୍ରୀ ରାଉତ ଙ୍କୁ ବରଗଡ଼ ରକ୍ତ ଭଣ୍ଡାର କୁ ନିଆଯାଇଥିଲା ସେଠାରେ ମଧ୍ୟ ବରଗଡ଼ ରକ୍ତ ଭଣ୍ଡାର ତରଫ ରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ବାଇକ ରାଳି ରେ ଶ୍ରୀ ରାଉତ ନିଷ୍ଠା ଭବନ କୁ ଆସିଥିଲେ ଓ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ନିଷ୍ଠା ପରିବାର ର ସମସ୍ତ କର୍ମକର୍ତ୍ତା ତଥା ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ନିଷ୍ଠା ଭବନ ରେ ରାତ୍ର ରହଣୀ ପରେ ସେ ସମ୍ବଲପୁର ଅଭିମୂଖେ ଯାତ୍ରା ଆରମ୍ଭ କରିବେ।ରକ୍ତ ଦାନ ର ବାର୍ତ୍ତା ନେଇ ସାରା ଭାରତ ଭ୍ରମଣ କରୁଥିବା ଶ୍ରୀ ରାଉତ ଙ୍କ ଯାତ୍ରା ସଫଳ ହେଉ ଏହା ହିଁ ମାଁ ସମଲେଇ ଙ୍କ ଠାରେ ନିଷ୍ଠା ପରିବାର ର ପ୍ରାର୍ଥନା।