Loading...

ଜଗନ୍ନାଥଙ୍କ ଧାମ ପୁରୀ ଠାରେ ସମ୍ମାନିତ ହେଲା ନିଷ୍ଠା ପରିବାର

20-April-2023, Thursday
ରାଜ୍ୟ ସ୍ତରୀୟ ରକ୍ତଦାତା ମହାସଂଘ ର ବାର୍ଷିକ ଉତ୍ସବ ପାଳନ ଅବସରରେ ସମର୍ପଣ ସଂଗଠନ ତରଫ ରୁ ବରଗଡ଼ ଜିଲ୍ଲା ର ଅଗ୍ରଣୀ ସମାଜ ସେବୀ ସଂଗଠନ ନିଷ୍ଠା ପରିବାର କୁ ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ସେବା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ,ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ଶ୍ରୀମାନ ଜୟନ୍ତ କୁମାର ଷଡଙ୍ଗୀ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ଥିଲେ।ଏହି ଅବସର ରେ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ବିନୀ ତ୍ରିପାଠୀ , ସଂପାଦକ ଲୋକନାଥ ସାହୁ,କୋଷାଧ୍ଯକ୍ଷ ଶ୍ୟାମ ସୁନ୍ଦର ସାହୁ , ଭୋଳାନାଥ ସାହୁ, ଲିଙ୍ଗରାଜ ସାହୁ, ରାତ୍ର ପ୍ରଧାନ ଓ ହେମାଞ୍ଚଳ ସାହୁ ପ୍ରମୁଖ ଯୋଗଦାନ କରି ସମ୍ମାନ ଗ୍ରହଣ କରିଥିଲେ। ଆପଣ ମାନଙ୍କ ଏହି ଭଲ ପାଇବା ଓ ସମ୍ମାନ ଆମ କୁ ସମାଜ ସେବା ପାଇଁ ଆହୁରି ପ୍ରେରଣା ଯୋଗାଇବ।ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରି ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରିଥିବାରୁ ଆୟୋଜକ ବନ୍ଧୁ ମାନଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ଓ ନମସ୍କାର ।