Loading...

ଓଡ଼ିଶା କମ୍ପ୍ୟୁଟର ତରଫରୁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

30-April-2023, Sunday
ଓଡ଼ିଶା କମ୍ପ୍ୟୁଟର ସାଇନ୍ସ ମ୍ୟାନେଜମେଣ୍ଟ ତାର ୧୫ତମ ପ୍ରତିଷ୍ଠା ଦିବସ ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଅବସର ରେ ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମ ନିଷ୍ଠା ପରିବାର କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଆପଣ ମାନଙ୍କ ଏହି ଭଲ ପାଇବା ଓ ସମ୍ମାନ ଆମ କୁ ସମାଜ ସେବା ପାଇଁ ଆହୁରି ପ୍ରେରଣା ଯୋଗାଇବ।ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରି ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରିଥିବା ଓ ଖୁବ ସୁନ୍ଦର ଆତିଥ୍ୟ ପ୍ରଦାନ ପାଇଁ ଓଡ଼ିଶା କମ୍ପ୍ୟୁଟର ସାଇନ୍ସ ମ୍ୟାନେଜମେଣ୍ଟ କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ। ନିଷ୍ଠା ତରଫ ରୁ ରିନା ମହାରଣା, ଦୟାନିଧୀ ଷଡ଼ଙ୍ଗୀ, ରାଜେଶ ପ୍ରଧାନ ପ୍ରମୁଖ ଏହି ସମ୍ମାନ ଗ୍ରହଣ କରିଥିଲେ।