Loading...

ସୋନପୁର ପୋଲିସ ତରଫରୁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ

04-April-2023, Tuesday
ସୋନପୁର ଜିଲ୍ଲାର ରାମପୁର ଥାନା ରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ରକ୍ତ ଭଣ୍ଡାର ମାନଙ୍କ ରେ ଥିବା ରକ୍ତ ଅଭାବ କୁ ଦୂର କରିବା ପାଇଁ ରାମ ଥାନା ଦ୍ଵାରା କରାଯାଇଥିବା ଏହୀ ବିଶାଳ ରକ୍ତ ଦାନ ଶିବିର ରୁ ସର୍ବମୋଟ ୩୮୫ ୟୁନିଟ ରକ୍ତ ସଂଗୃହୀତ ହୋଇ ବୁର୍ଲା, ବରଗଡ଼ ଓ ସୋନପୁର ରକ୍ତ ଭଣ୍ଡାର କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସମାଜ ସେବା ପାଇଁ ଆମ ନିଷ୍ଠା ପରିବାର କୁ ସୋନପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଆପଣ ମାନଙ୍କ ଏହି ଭଲ ପାଇବା ଓ ସମ୍ମାନ ଆମ କୁ ସମାଜ ସେବା ପାଇଁ ଆହୁରି ପ୍ରେରଣା ଯୋଗାଇବ।ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରି ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରିଥିବା ଓ ଖୁବ ସୁନ୍ଦର ଆତିଥ୍ୟ ପ୍ରଦାନ ପାଇଁ ସୋନପୁର ପୋଲିସ ଓ ଆରକ୍ଷୀ ଅଧିକ୍ଷକ ଓ ମନୋଜ ପଣ୍ଡା ଭାଇ ଙ୍କୁ ନିଷ୍ଠା ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ। ନିଷ୍ଠା ତରଫ ରୁ ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ, ହେମଞ୍ଚଲ ସାହୁ, ରାତ୍ର ପ୍ରଧାନ ଓ ଲିଙ୍ଗ ରାଜ ସାହୁ ପ୍ରମୁଖ ଏହି ସମ୍ମାନ ଗ୍ରହଣ କରିଥିଲେ।