Loading...

ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କୁ ନିଷ୍ଠା ପରିବାର ବଢ଼ାଇଲା ସହଯୋଗ ହାତ

04-April-2023, Tuesday
ବରଗଡ ବ୍ଲକ ଅନ୍ତର୍ଗତ ତୋରା ଗ୍ରାମ ର ଆସହାୟ ବୃଦ୍ଧ ଦମ୍ପତ୍ତି କୃଷ୍ଣ ଚନ୍ଦ୍ର ପ୍ରଧାନ ୭୪ବର୍ଷ ଓ ତାଙ୍କ ସ୍ତ୍ରୀ ଦୁହିତା ପ୍ରଧାନ ୬୩ବର୍ଷ ବହୁ ଅସୁବିଧା ରେ ବସବାସ କରୁଥିବା ଖବର ନିଷ୍ଠା ପରିବାର ପାଇବା ପରେ ଆଜି ତାଙ୍କ ଘର କୁ ଯାଇ ରାସନ ସାମଗ୍ରୀ ଯୋଗାଇ ଦେବା ସହ, ସଙ୍ଗେ ସଙ୍ଗେ ତାଙ୍କ ଘର କୁ ବିଦ୍ୟୁତ ସଂଯୋଗ ର ବ୍ୟବସ୍ଥା କରିଥିଲା। ଉଭୟ ଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା।କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ଦେହ ଅସୁସ୍ଥ ଥିବାରୁ ସେ ପ୍ରତ୍ୟହ ଖାଉଥିବା ଔଷଧ ମଧ୍ୟ ପ୍ରତ୍ୟେକ ମାସ ନିଷ୍ଠା ପରିବାର ଯୋଗାଇ ଦେବାର ବ୍ୟବସ୍ଥା କରିବ। ଉଭୟ ଙ୍କୁ ବୃଦ୍ଧାଶ୍ରମ ରେ ଥଇଥାନ କରିବା କଥା କହିବାରୁ ଝିଅ ଜ୍ବାଇଁ କୁ ବୁଝି କହିବୁ ବୋଲି କହିଛନ୍ତି। ଆଗମୀ ଦିନ ରେ ସେମାନେ କିପରି ସମସ୍ତ ପ୍ରକାର ସରକାରୀ ସହଯୋଗ ପାଇବେ ସେ ନେଇ ନିଷ୍ଠା ପରିବାର ସମ୍ପୂର୍ଣ ସହଯୋଗ କରିବ।